କୋମଳ ହୃଦୟ ଅକୁହା ମଥା ମୋ
ଆଖିରୁ ଝରଇ ପାଣି
ଶୂନଶାନ ପ୍ରାନ୍ତରେ ନିଛାଟିଆ ସ୍ଥାନେ
କୋଳେ ମୋ ଛୋଟ ଭଉଣୀ ll
ପଥର ଗଦାର ପାଶେ ବସି ଅଛି
ବୁଦ୍ଧି ବାଟ ଦିଶୁ ନାହିଁ
ଦୁଇ ଭଉଣୀ ଆମେ କିପରି ବଂଚିବୁ
ଭୋକରେ ପେଟ ଜଳଇ ll
ଉପରେ ଆକାଶ ତଳେ ବସୁମତୀ
ମାତା ପିତା ପାଶେ ନାହିଁ
ବାଳୁତ କନ୍ୟା ମୁଁ ଶିଶୁ ମୋ ଭଉଣୀ
କାମ କରି ପାରୁ ନାହିଁ ll
ମନରେ ବିଷାଦ ପୂରି ରହିଅଛି
ପ୍ରାଣ ହେଉ ଅଛି ଘାରି
ଶୈଶବ କିଶୋର ବୃଥା ଦୁହିଁଙ୍କର
ଅଲୋଡ଼ା ଜୀବ ଆମରି ll
ହେ କରୁଣାମୟୀ କରୁଣା ସାଗର
ଦୁଃଖୀର ଦୀନ ବାନ୍ଧବ
ଗୁହାରି ଶୁଣିବ ସହା ହେଉ ଥିବ
ଏତିକି ପ୍ରାର୍ଥନା ମୋର ll
ବାସନ୍ତୀ ଲତା ଜେନା,
ଗାନ୍ଧିନଗର,ପୋଷ୍ଟ /ଜିଲ୍ଲା :ନବରଙ୍ଗପୁର


0 Comments